ଆଗାମୀ ଦିନରେ ୧ ଲକ୍ଷ ଟଙ୍କା ଅତିକ୍ରମ କରିବ ସୁନା ଦର | Gold price will cross Rs 1 lakh in the coming days
News
oi-Nibedita Mahanty
Gold Rate Today: ସୁନା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଥିବାର ଦେଖିବା ପାଇଁ ମିଳୁଛି । କିଛି ଦିନ ହେବ ଭାରତରେ ସୁନା ସର୍ବକାଳୀନ ସର୍ବୋଚ୍ଚ ରେକର୍ଡରେ ଅଛି। ସୋମବାର, ଏପ୍ରିଲ 21 ତାରିଖରେ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଗତ ଗୋଟିଏ ସପ୍ତାହ ମଧ୍ୟରେ ସୁନା ପ୍ରାୟ 2000 ଟଙ୍କା ମହଙ୍ଗା ହୋଇଛି ଏବଂ 97 ହଜାର ଟଙ୍କା ଅତିକ୍ରମ କରିଛି।
ବର୍ତ୍ତମାନ ଦେଶର ସମସ୍ତ ସହରରେ 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 97 ହଜାର ଟଙ୍କା ଅତିକ୍ରମ କରିଛି ଏବଂ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପାଇଁ 89 ହଜାର ଟଙ୍କାରୁ ଅଧିକ ରହିଛି । କୁହାଯାଉଛି ଆଗାମୀ ଦିନରେ ସୁନା ମୂଲ୍ୟରେ କୌଣସି ବଡ଼ ହ୍ରାସ ପାଇବ ନାହିଁ । ଭାରତରେ ସୁନା ମୂଲ୍ୟ ଖୁବ୍ ଶୀଘ୍ର ପ୍ରତି 10 ଗ୍ରାମ 1 ଲକ୍ଷ ଟଙ୍କା ଅତିକ୍ରମ କରିପାରେ।

ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 97,730 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମକୁ 89,600 ଟଙ୍କା।
ମୁମ୍ବାଇରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 97,580 ଟଙ୍କା ଏବଂ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମକୁ 89,450 ଟଙ୍କା ରହିଛି ।
କୋଲକାତାରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 89,450 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ 97,580 ଟଙ୍କା ରହିଛି ।
ଚେନ୍ନାଇରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପାଇଁ 89,500 ଟଙ୍କା ରହିଛି ସେହିପରି 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 97,360 ଟଙ୍କା।
ସେହିପରି ଅହମ୍ମଦାବାଦରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 89,500 ଟଙ୍କା। 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 97,630 ଟଙ୍କା।
ଲକ୍ଷ୍ନୌରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 89,450 ଟଙ୍କା ରହିଛି ଏବଂ 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 97,580 ଟଙ୍କା।
ଜୟପୁରରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 89,450 ଟଙ୍କା ରହିଛି ଏବଂ 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 97,580 ଟଙ୍କା ରହିଛି ।