ଜାଣନ୍ତୁ ଅକ୍ଷୟ ତୃତୀୟ ପୂର୍ବରୁ କେତେ ରହିଛି ସୁନା ଦର | Find out what the gold price is before Akshay Tritiya
News
oi-Nibedita Mahanty
Gold Rate In India: ବର୍ତ୍ତମାନ ଭାରତରେ ସୁନା ଏବଂ ରୂପା ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଉ ଦୁଇ ଦିନ ପରେ ଅର୍ଥାତ୍ ୩୦ ଏପ୍ରିଲରେ ଅକ୍ଷୟ ତୃତୀୟା ପାଳନ କରାଯିବ । ଯାହା ହିନ୍ଦୁ ସମ୍ପ୍ରଦାୟ ପାଇଁ ଏକ ଅତ୍ୟନ୍ତ ଶୁଭ ଏବଂ ପବିତ୍ର ଦିନ। ବିଶ୍ୱାସ କରାଯାଏ ଯେ ଅକ୍ଷୟ ତୃତୀୟା ସୌଭାଗ୍ୟ ଏବଂ ସଫଳତା ଆଣିଥାଏ। ଏପରି ପରିସ୍ଥିତିରେ, ଅଧିକାଂଶ ଲୋକ ଭବିଷ୍ୟତରେ ଧନ ଏବଂ ସମୃଦ୍ଧିକୁ ସ୍ୱାଗତ କରିବା ପାଇଁ ଏହି ଦିନରେ ସୁନା କିଣିବାକୁ ପସନ୍ଦ କରନ୍ତି। ତେବେ ଚାଲନ୍ତୁ ଜାଣିବା ଅକ୍ଷୟ ତୃତୀୟା ପୂର୍ବରୁ କେତେ ରହିଛି ସୁନା ଦର ।
IBA ୱେବସାଇଟ୍ ଅନୁଯାୟୀ, ୨୮ ଏପ୍ରିଲ ସକାଳ ୮ଟାରେ ରୂପାର ମୂଲ୍ୟ ପ୍ରତି କିଲୋଗ୍ରାମ ୯୬,୩୫୦ ଟଙ୍କା ରହିଥିଲା । MCX ରେ ରୂପାର ମୂଲ୍ୟ କିଲୋଗ୍ରାମ ପିଛା ୬୧୪ ଟଙ୍କା ହ୍ରାସ ପାଇବ ୯୫,୮୦୦ ଟଙ୍କା ହୋଇଛି। ଆସନ୍ତୁ ଜାଣିବା ଦେଶର ବଡ଼ ବଡ଼ ସହରରେ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନାର ମୂଲ୍ୟ କେତେ?

ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୮,୩୪୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରାୟ ୯୦,୨୦୦ ଟଙ୍କା ରହିଛି ।
ମୁମ୍ବାଇରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୮,୨୪୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୯୦,୦୫୦ ଟଙ୍କା
କୋଲକାତାରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୯୦,୦୫୦ ଟଙ୍କା ରହିଛି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୯୮,୨୪୦ ଟଙ୍କା।
ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୯୦,୦୫୦ ଟଙ୍କା ରହିଛି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୯୮,୨୪୦ ଟଙ୍କା।