Mandsaur Accident: କୂଅରେ ପଡିଲା ଗାଡ଼ି,୧୦ ଜଣଙ୍କ ମୃତ୍ୟୁ | A car full of passengers fell into a well in Mandsaur, 10 people died
News
oi-Nibedita Mahanty
Mandsaur Accident: ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାରେ ରବିବାର ଅପରାହ୍ନରେ ଏକ ଭ୍ୟାନ କୂଅରେ ଖସିପଡିଛି ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ଅଧିକାରୀ ଦେଇଥିବା ସୂଚନା ଅନୁସାରେ, ଏହି ଘଟଣା ନାରାୟଣଗଡ଼ ଥାନା ଅଞ୍ଚଳ ଅନ୍ତର୍ଗତ କଚାରିଆ ଗାଁରେ ଘଟିଛି।
ଅଧିକାରୀ ଜଣକ ଦେଇଥିବା ସୂଚନା ଅନୁସାରେ, NDRF ଏବଂ ଅନ୍ୟାନ୍ୟ ଏଜେନ୍ସି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଘଟଣାସ୍ଥଳରେ ପହଞ୍ଚିଥିବା ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେବଡା କହିଛନ୍ତି ଯେ ଗାଡ଼ିଟି ଉପରୁ ନିୟନ୍ତ୍ରଣ ହରାଇ ରାସ୍ତାରୁ ଖସିପଡି କୂଅରେ ପଡ଼ିଯାଇଥିଲା।

ସେ କହିଲେ, ‘ଭ୍ୟାନରେ ଦୁଇଟି ପିଲା ସମେତ ୧୩ ଜଣ ଲୋକ ମଧ୍ୟ ଥିଲେ । କୂଅରୁ ଚାରି ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୂଅରେ ବିଷାକ୍ତ ଗ୍ୟାସ ଥିବା ନେଇ ମଧ୍ୟ ସୂଚନା ରହିଛି । ଡିଆଇଜି ମନୋଜ କୁମାର ସିଂହ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ।